ମଣିଷ ଗଢ଼ିଲା ପ୍ଲାଷ୍ଟିକ୍ ଖିଆ ମାଛ

ବେଜିଂ:  ଏବେ ମାଛ ପ୍ଲାଷ୍ଟିକ୍‌ ଖାଇବ । ସେ ପ୍ଲାଷ୍ଟିକ୍‌ଗୁଡିକ ନିଜ ଖାଦ୍ୟ ରୂପେ ଗ୍ରହଣ କରିବ। ତେବେ ସତ ସତିକା ନୁହେଁ ଏକ କୁତ୍ରିମ ମାଛ ଏଭଳି କରିବ।

ଚୀନର ଦକ୍ଷିଣ-ପଶ୍ଚିମରେ ସ୍ଥିତ ସିଚୁଆନ ବିଶ୍ୱବିଦ୍ୟାଳୟ କିଛି ବୈଜ୍ଞାନିକ ଏଭଳି ଏକ ନିଆରା ରୋବଟ୍ ତିଆରି କରିଛନ୍ତି, ଯାହାକୁ ରୋବଟ୍ ମାଛ ବୋଲି କୁହାଯାଉଛି। ଆଶ୍ଚର୍ଯ୍ୟର କଥା ହେଉଛି ଅବିକଲ ମାଛ ଭଳି ଦେଖାଯାଉଥିବା ଏହି ରୋବଟ୍‌ ମାଛ, ଛୋଟ ଛୋଟ ପ୍ଲାଷ୍ଟିକ୍‌ ଗୁଣ୍ଡକୁ ଖାଦ୍ୟ ଭଳି ଗିଳି ଯାଉଛି।

ଏହି ମାଛର ଆକାର ମାତ୍ର ୧.୩ ସେଣ୍ଟିମିଟର ବା ପ୍ରାୟ ଅଧା-ଇଞ୍ଚ। ଛୁଇଁଲେ ବି ଅବିକଲ ମାଛ ଭଳି ଲାଗିବ। ଏହି ରୋବଟ୍‌ ମାଛକୁ ସମୁଦ୍ର ଭିତରେ ଛାଡ଼ିବାକୁ ଯୋଜନା କରାଯାଇଛି। ଯାହା ଫଳରେ ସମୁଦ୍ରରେ ପଡ଼ି ରହିଥିବା ଛୋଟ ଛୋଟ ପ୍ଲାଷ୍ଟିକ୍‌ ଖଣ୍ଡକୁ ଏହି ରୋବଟ୍‌ ମାଛ ଖାଇଦେବ। ଏହା ସମୁଦ୍ରକୁ ପରିଷ୍କାର ରଖିବାରେ ସହାୟକ ହେବ ବୋଲି କହିଛନ୍ତି ଏହି ନିଆରା ରୋବଟ୍‌କୁ ତିଆରି କରିଥିବା ବୈଜ୍ଞାନିକ ୱାଙ୍ଗ ୟୁୟାନ୍‌।

Related Articles

Back to top button