ରାଜ୍ୟରେ 3 ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ : ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ

ଆହୁରି କଲବଲ କରିବ ତାତି । ଗ୍ରୀଷ୍ମ ପ୍ରବାହ ନେଇ ଶୁକ୍ରବାର ସତର୍କ ସୂଚନା ଯାରି କରିଛି ପାଣିପାଗ ବିଭାଗ । 3 ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ ସୂଚନା ଯାରି କରିଛି ପାଣିପାଗ ବିଭାଗ । ଆଗକୁ ଆହୁରି ଏଭଳି ଯାରି ରହିବ ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢିବା ନେଇ ପୂର୍ବାଅଞ୍ଚଳ କରିଛି ପାଣିପାଗ ବିଭାଗ ।

୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ଗ୍ରୀଷ୍ମପ୍ରବାହ ରହିବ। ଗ୍ରୀଷ୍ମ ପ୍ରବାହ ପାଇଁ ପିକ୍ ସମୟରେ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବାକୁ ବାରଣ କରାଯାଇଛି। ଖରାରେ କାମ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁନ୍ଦରଗଡ ଜିଲାରୁ ୧୨, ଝାରସୁଗୁଡାରୁ ୬ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଛି। ଅଂଶୁଘାତ ମୃତ୍ୟୁ କି ନୁହେଁ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଏସଆରସି କହିଛନ୍ତି।

Related Articles

Back to top button