ଭୁବନେଶ୍ୱର ଏବଂ କଟକରୁ କୋଲକାତାକୁ ଗଡ଼ିଲା ୫୯ଟି ବସ୍

କଟକ: ବାଲେଶ୍ବର ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣା ପରେ କୋଲକାତାକୁ ରେଳଯାତ୍ରା ପ୍ରଭାବିତ ହେବା ପରେ ରାଜ୍ୟ ସରକାର ପୁରୀ, ଭୁବନେଶ୍ବର ଓ କଟକରୁ ଦୈନିକ ମାଗଣା ବସ୍‌ ସେବା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତି ସାଢେ ୧୧ଟା ସୁଦ୍ଧା ପୁରୀରୁ ୨୦ଟି ବସ୍, ଭୁବନେଶ୍ୱରରୁ ୨୩ ଏବଂ କଟକରୁ ୧୬ ଏପରି ମୋଟ୍ ୫୯ଟି ବସ୍ ମାଗଣା ସେବା ଭାବରେ କୋଲକାତା ଅଭିମୁଖେ ଯାତ୍ରା କରିଛି। ଏଥିମଧ୍ୟରେ ରାଜ୍ୟ ସରକାରୀ ଓଏସଆରଟିସି ବସ୍ ମଧ୍ୟ ଅନ୍ତର୍ଭୁକ୍ତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକତା ଯିବା ପାଇଁ ବସ୍‌ରେ ଭଡ଼ା ପଡ଼ିବ ନାହିଁ। ଲୋକଙ୍କୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ଏହାକୁ କାର୍ଯ୍ୟକାରୀ କରାଯାଇଛି। ବାଲେଶ୍ୱର ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବାକୁ ନିଷ୍ପତ୍ତି ହୋଇଛି।

Related Articles

Back to top button