ଆସନ୍ତା ୧୯ରୁ ସାରା ରାଜ୍ୟରେ ବଢ଼ିବ ଗ୍ରୀଷ୍ମପ୍ରବାହ

ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୩ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବ। ଆସନ୍ତା ୧୯ରୁ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିପାରେ। ଆଜି (ଗୁରୁବାର) ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ, ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ। ପୂର୍ବ ବିଦର୍ଭ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଏବଂ ମାଲକାନଗିରିର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସତର୍କତା ଜାରି କରାଯାଇଛି। ୧୯ରୁ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଥିବାବେଳେ ଅପରାହ୍ଣରେ ବର୍ଷା ହୋଇପାରେ। ବୁଧବାର ନୂଆପଡାରେ ୪୨.୨ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବଲାଙ୍ଗିର ୪୦.୩, ସୁନ୍ଦରଗଡ ୪୦, ସମ୍ବଲପୁର ୪୦.୫, ଝାରସୁଗୁଡା ୪୦.୨, ଭୁବନେଶ୍ବର ୩୭.୨ ଏବଂ କଟକରେ ୩୭ ଡିଗ୍ରୀ ରହିଛି।

Related Articles

Back to top button