ଅନୁଭବ ମହାନ୍ତିଙ୍କୁ ବଡ ଆଶ୍ବସ୍ତି : ଗିରଫଦାରୀ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

କେନ୍ଦ୍ରାପଡା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କୁ ବଡ ଆଶ୍ବସ୍ତି ମିଳିଛି । ଗିରଫ ହେବେନାହିଁ ଅନୁଭବ । ଅନୁଭବଙ୍କ ଗିରଫଦାରୀ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ । ଜେଏମଏଫସି MPMLA କୋର୍ଟଙ୍କ ପକ୍ଷରୁ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଜାମିନ ବିହୀନ ଗିରଫ ପରଓ୍ବାନା ମଧ୍ୟ ଜାରି ହୋଇଥିଲା ।

ତେବେ JMFC କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅନୁଭବ ମହାନ୍ତି । ଆଉ କୋର୍ଟ ପକ୍ଷରୁ ତାଙ୍କୁ ଆଶ୍ବସ୍ତି ଦିଆଯାଇଛି । ତଳ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ । JMFC କୋର୍ଟ ଅନୁଭବଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦେଶ ଦେଇ ଥିଲେ । କେବଳ ଅନୁଭବ ନୁହଁନ୍ତି ତାଙ୍କର ଦୁଇ ସହଯୋଗୀଙ୍କ ବିରୁଦ୍ଧରେ ମଧ୍ୟ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ କୋର୍ଟ ଯାହାକୁ ଆଜି ହାଇକୋର୍ଟ ସ୍ଥଗିତ କରିଛନ୍ତି ।

Related Articles

Back to top button