୨୩ ତାରିଖରୁ ଅଶାନ୍ତ ରହିବ ସମୁଦ୍ର : ୨୪ରୁ ବର୍ଷିବ ଲଘୁଚାପ

ବଙ୍ଗୋପସାଗରରେ ଚଳିତ ୨୨ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୪ଘଣ୍ଟା ପରେ ଏହା ଲଘୁଚାପର ରୂପ ନେଇ ଉତ୍ତର-ପୂର୍ବ ଦିଗକୁ ମୁହାଁଇବ । ପରବର୍ତ୍ତୀ ମୁହୂର୍ତ୍ତରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସେହିପରି ୨୩ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ୨୪ ତାରିଖ ଠାରୁ କେନ୍ଦ୍ରୀୟ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରକୁ ନ ଯିବା ଲାଗି କୁହାଯାଇଛି । ଯେଉଁମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନଙ୍କୁ ୨୩ ତାରିଖ ପୂର୍ବରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ କହିବା ଅନୁସାରେ, ଆଗକୁ ହେବାକୁ ଥିବା ଲଘୁଚାପ ପ୍ରଭାବରେ ୨୪ ଓ ୨୫ ତାରିଖ ବେଳକୁ ରାଜ୍ୟର ଉପକୂଳ ସହ ଉତ୍ତର ଓଡିଶାରେ ବର୍ଷା ହେବ । କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ରାଜ୍ୟରେ ୨୪ ତାରିଖ ବେଳକୁ ଉପକୂଳ ଅଞ୍ଚଳର କେନ୍ଦ୍ରାପଡା, ଜଗତସିଂପୁର ଜିଲ୍ଲାରେ ମାତ୍ରାଧିକ ବର୍ଷା ହେବାକୁ ଥିବାବେଳେ କଟକ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୫ ତାରିଖ ବେଳକୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ଅତ୍ୟଧିକ ଏବଂ କଟକ, ଯାଜପୁର, ମୟୁରଭଞ୍ଜ ଜିଲ୍ଲାରେ ସାଙ୍ଘାତିକ ବର୍ଷା ହେବାର ସୂଚନା ରହିଛି । ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଘଣ୍ଟାକୁ ୪୦ ରୁ ୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । ଏହାର ବେଗ ଉପକୂଳକୁ ଛୁଇଁଲା ବେଳକୁ ୬୦ ରୁ ୭୦ କିମି ବେଗରେ ପବନ ବହିପାରେ ବୋଲି ସୂଚନା ରହିଛି । ଏଥିଲାଗି ୟେଲୋ ଆଲର୍ଟ ଜାରି ରହିଛି ।

Related Articles

Back to top button