ପ୍ରଚାର ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ ରାମାୟଣ ସିରିଏଲର ରାମ

ଓଡ଼ିଶାରେ ନିର୍ବାଚନ ପ୍ରଚାର ଲାଗି କେନ୍ଦ୍ରୀୟ ନେତାଙ୍କ ଆଗମନ ଜାରି ରହିଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର ଲାଗି ଓଡ଼ିଶା ଆସିଥିବା ବେଳେ କାଲି ଆସିବେ ରାମାୟଣ ସିରିଏଲର ରାମ ବା ବିଜେପି ନେତା ଅରୁଣ ଗୋଭିଲ୍‌‌। ଓଡ଼ିଶା ଗସ୍ତରେ ଆସି ୪ଟି ସ୍ଥାନରେ ହେବାକୁ ପ୍ରଚାର କରିବେ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ ପ୍ରଚାର କରିବେ ଅରୁଣ। ଏହାପରେ ୨୩ରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କରଞ୍ଜିଆ, ଧାମନଗର, ବଡଚଣା, ବାଲିକୁଦାରେ ସଭା କରିବେ ଜେପି ନଡ୍ଡା। ସେହିପରି ସାଲେପୁର ଓ ଚିଲିକାରେ ଜନସଭାରେ ସାମିଲ ହେବେ ଯୋଗୀ ଆଦିତ୍ୟନାଥ।

Related Articles

Back to top button