ଗଣେଶ ପୂଜା ଅବସରରେ ବାଲୁକା କଳା ମାଧ୍ୟମରେ ବିଶ୍ବ ଶାନ୍ତିର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ମାନସ

ପୁରୀ:    ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗଣେଶ ପୂଜା ଅବସରରେ ପୁରୀ ଲାଇଟ ହାଉସ ବେଳାଭୂମିରେ ପ୍ରଭୁ ଗଜାନନଙ୍କର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି । ଏଥିରେ ସେ  ବିଶ୍ବକୁ “World Peace” ର ବାର୍ତ୍ତା ଦେଇଛନ୍ତି ।

ବିଘ୍ନହର୍ତ୍ତା ରୂପେ ପ୍ରଭୁ ଗଣେଶ ସର୍ବତ୍ର ପୂଜା ପାଇଥାନ୍ତି।  ତାଙ୍କୁ ନିଜ ବାଲୁକା କଳା ରେ ସ୍ଥାପନା କରି ସାରା ପୃଥିବୀ ରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା ହେବା ଲକ୍ଷ୍ୟ ରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି ।  ଏବେ ବିଶ୍ୱ ରେ ଯୁଦ୍ଧର  ବାତାବରଣ ସୃଷ୍ଟି ହୋଇଛି ସମସ୍ତ ଦେଶ ମଧ୍ୟ ରେ ବନ୍ଧୁତ୍ୱ ର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱ ରେ ଶାନ୍ତିର ପ୍ରତିଷ୍ଠା ହେଉ ଏହା ପ୍ରଭୁ ଗଣେଶ ଙ୍କ ପାଖରେ କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

ଏହି ବାଲୁକା କଳାଟି 15ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 15ଟନ ବାଲି ଉପଯୋଗ କରାଯାଇଛି ।  ଏହାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7ଘଣ୍ଟା ସମୟ ଲାଗିଥିଲା।

Related Articles

Back to top button