
ବାପାଙ୍କ ଆଖି ଆଗରେ ବୁଡ଼ିଗଲେ ଝିଅ
ଉମରକୋଟ: ଶୌଚ ପାଇଁ ଯାଇ ଆଖି ଆଗରେ ପୋଖରୀରେ ବୁଡ଼ିଗଲେ ଝିଅ। ଏହା ଦେଖି ବାପା ଚିତ୍କାର କରୁଥିଲେ ମଧ୍ୟ ଝିଅକୁ ବଞ୍ଚାଇ ପାରି ନ ଥିଲେ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ସଦର ଗ୍ରାମରେ ଶୁକ୍ରବାର ଏଭଳି ଦୁଖଃଦ ଘଟଣା ଘଟିିଛି। ମୃତକ ହେଲେ ତୋହରା ଗ୍ରାମର ସପାଲ ମାଝିଙ୍କ ଝିଅ ମନମତି(୧୩)।
ସୂଚନା ଅନୁଯାୟୀ, ବାପା ସପାଲ ପକ୍ଷାଘାତ ରୋଗରେ ପୀଡ଼ିତ। ଝିଅ ମନମତି ବାପାଙ୍କୁ ଜମି ନିକଟକୁ ଯାଇଥିଲେ। ଏହି ସମୟରେ ଝିଅ ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବୁଡ଼ିଯାଇଥିଲେ। ଏହା ଦେଖି ସେ ଚିତ୍କାର କରିଥିଲେ ମଧ୍ୟ ପକ୍ଷାଘାତ ଯୋଗୁ ଝିଅକୁ ବଞ୍ଚାଇବାକୁ ଯାଇପାରି ନ ଥିଲେ। ପରେ ଗ୍ରାମବାସୀ ମନମତିଙ୍କୁ ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ପୋଖରୀରୁ ଜବତ କରିଥିଲେ। ଉମରକୋଟ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଥାନାରେ ୫୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।