ବଲାଙ୍ଗିର ଜିଲ୍ଲାରେ ନଳକୂପ ଖୋଳୁଖୋଳୁ ବାହାରିଲା ସୁନା ଖଣି

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲାରେ ନଳକୂପ ଖୋଳୁଖୋଳୁ ଏକ ସୁନା ଖଣିର ସନ୍ଧାନ ମିଳିଛି । ଏହି ସୁନା ଖଣି ଖବର ଚାରିଆଡ଼େ ପ୍ରଘଟ ହେବା ପରେ ଉକ୍ତ ଅଞ୍ଚଳରେ ଏବେ ପୋଲିସ ଓ ସରକାରୀ ବାବୁଙ୍କ ଭିଡ଼ ଜମିବାରେ ଲାଗିଛି । ଜିଲ୍ଲାର ଖପରାଖୋଲ ଥାନା ଅନ୍ତର୍ଗତ ଛାଞ୍ଚାଣବାହାଲି ଗ୍ରାମରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ।

ତେବେ ପାଇପରୁ ପାଣି ବାହାରୁଥିବା ବେଳେ ଲୋକମାନେ ଗାମୁଛା ଦେଖାଇ ସେହି ପାଣିରୁ ସୁନା ଛାଣି ନେଉଥିବା ଦେଖାଯାଉଛି । ବାଲିରେ ସୁନାର ଗୁଣ୍ଡ ସବୁ ମିଶି କରି ରହିଥିବା ଜଣାପଡ଼ିଛି । ଉକ୍ତ ଗାଁର ମହମ୍ମଦ ଜାବେଦ ନାମ ଜଣେ ବ୍ୟକ୍ତି ତାଙ୍କ ବିଲରେ ଚାଷ କରିବା ପାଇଁ ଏକ ନଳକୂପ ଖୋଳିଥିଲେ । ଏହି ନଳକୂପ ୨୦୦-୩୦୦ ଫୁଟ ଖୋଲିବା ପରେ ମାଟି ମିଶା ପାଣିରୁ ସୁନା ବାହାରିଥିଲା । ଏହାପରେ ଜାବେଦ ସ୍ଥାନୀୟ ତହସିଲଦାରଙ୍କୁ ଏହି ଖବର ଜଣାଇଥିଲେ । ଏହାପରେ ତହସିଲଦାର ଘଟଣାସ୍ଥଳକୁ ଯାଇ ସତ୍ୟତା ପରଖିଥିଲେ । ତେବେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।

Related Articles

Back to top button