ଭାରତକୁ ବିଶ୍ୱ ଅର୍ଥନୀତିର ଶୀର୍ଷରେ ପହଁଞ୍ଚାଇବା ପାଇଁ ଛାତ୍ର ଶକ୍ତିକୁ ରାଜ୍ୟପାଳଙ୍କ ଆହ୍ୱାନ

ଯୁବ ପ୍ରତିଭା ଓ ସଂଶାଧନକୁ ଅଧିକରୁ ଅଧିକ ବ୍ୟବହାର କରି ଭାରତକୁ ବିଶ୍ୱ ଅର୍ଥନୀତିରେ ଶୀର୍ଷ ସ୍ତରରେ ପହଁଞ୍ଚାଇବା ପାଇଁ ଛାତ୍ର ଶକ୍ତିକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଛାତ୍ର ଜୀବନର ଅଭ୍ୟାସ ସାରା ଜୀବନ ରହିଥାଏ । ଛାତ୍ରଛାତ୍ରୀମାନେ ଅନୁଶାସନରେ ରହିବା ଓ ଶିଖିବା ଦରକାର ।

ସମୃଦ୍ଧ ଇତିହାସ ଓ ପ୍ରାଚୀନ ଜ୍ଞାନକୁ ନେଇ ଜାତୀୟ ଶିକ୍ଷାନୀତି -୨୦୨୦ ପ୍ରସ୍ତୁତ କରାଯାଇଛି ବୋଲି ରାଜ୍ୟପାଳ ନିଜ ବକ୍ତବ୍ୟରେ କହିଛନ୍ତି । ଏହି ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ୨ଜଣଙ୍କୁ ଡିଲିଟ୍, ୭୮ଜଣଙ୍କୁ ପିଏଚଡି ଡିଗ୍ରୀ ଓ ୫୬ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସି.ଏସ୍‍.ଆଇ.ଆର୍‍-ଆଇ.ଏମ୍‍.ଏମ୍‍.ଟି.ର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ସମ୍ମାନୀତ ଅତିଥି ଓ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ବକ୍ତାଭାବରେ ଯୋଗ ଦେଇଥିଲେ ।

Related Articles

Back to top button