କାରଣଦର୍ଶାଅ ନୋଟିସ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ

କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଦଳର କାରଣଦର୍ଶାଅ ନୋଟିସ୍ ନେଇ ସୁର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ମୁଁ ଅନ୍ୟ ଦଳ ପାଇଁ ପ୍ରଚାର କରିନାହିଁ । ମଲା ଯାଏଁ କଂଗ୍ରେସରେ ରହିବି। ଏକଥା ମୁଁ କଂଗ୍ରେସ ନେତୃତ୍ବଙ୍କୁ ଜଣାଇଦେବି । ମୋ ପୁଅ ପ୍ରାର୍ଥୀ ହୋଇଛି। ପୁଅ କଥା ଯିଏ ପଚାରିବ ମୁଁ କହିବି। ଦୀର୍ଘ ବର୍ଷ ଧରି ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ଅଛି । ଆଜି ବି ଯାଉଛି। ପୁଅ ପାଇଁ ପ୍ରଚାର କରିବି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

Related Articles

Back to top button