ସୁନାବେଡ଼ା ଅଭୟାରଣ୍ୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ଓଡ଼ିଆ ଯବାନ ଆହତ

ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଂଟର । ମାଓବାଦୀଙ୍କ ଗୁଳିରେ ଜଣେ ଓଡ଼ିଆ ଯବାନ ଆହତ ହୋଇଛନ୍ତି । ଶିବନାରାଣପୁର ସୁନାବେଡ଼ା ଅଭୟାରଣ୍ୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ରବିବାର ରାତିରେ ସର୍ଚ୍ଚ ଅପରେସନ ସମୟରେ ଯବାନମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ ମାଓବାଦୀ ।ଏଥିରେ ଓଡ଼ିଆ ଯବାନ ପ୍ରକାଶ ସାଇ ଆହତ ହୋଇଛନ୍ତି । ପ୍ରକାଶଙ୍କ ବେକରେ ଗୁଳି ବାଜଛି । ତାଙ୍କୁ ଗରିଆବନ୍ଧରେ ପ୍ରାଥମିକ ଚିକିତ୍ସା ପରେ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି ।ମାଓବାଦୀଙ୍କୁ କଡ଼ା ଜବାବ ଦେବାକୁ ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି । ଏବେ ମଧ୍ୟ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳି ।

Related Articles

Back to top button