ବିଜାପୁର ଏବଂ ଦନ୍ତେୱାଡା ସୀମାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ : ଜଣେ ନିକ୍ସଲ ମୃତ

ସୀମାନ୍ତ ଛତିଶଗଡ଼ର ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ସୀମାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି। ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଜଣେ ନିକ୍ସଲ ନିପାତ ହୋଇଛି। ଅନ୍ୟ ୨ ଜଣ ନକ୍ସଲ ଆହତ ହୋଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତିନି ଜିଲ୍ଲାର ସୀମାରେ ନକ୍ସଲ ଏକ ବଡ଼ଧରଣର ବୈଠକ କରୁଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ, ଡିଆରଜି ଏବଂ ସିଆରପିଏଫ ଯବାନ ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ଯବାନ ସର୍ଚ୍ଚ ଅପରେସନରେ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରିଥିଲେ। ଦୁଇ ଜଣ ନକ୍ସଲକୁ ଗୁଳି ବାଜିଥିବାରୁ ସେମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ଜଙ୍ଗଲରେ ଯବାନ ଏହି ଦୁଇ ଆହତ ନକ୍ସଲକୁ ଗିରଫ କରିବା ପାଇଁ ଜାଲ ବିଛାଇଛନ୍ତି। କିନ୍ତୁ ଅନ୍ୟଦିଗରେ ନକ୍ସଲମାନେ ଦୁଇ ଆହତ ନକ୍ସଲକୁ ସାଂଗରେ ନେବାକୁ ଯବାନଙ୍କ ଉପରେ ରହି ରହି ଗୁଳି ବର୍ଷଣ କରୁଛନ୍ତି।

Related Articles

Back to top button