ଓଡିଶାରେ ପଡିବ ନାହିଁ ସମ୍ଭାବ୍ୟ ବାତ୍ୟାର ପ୍ରଭାବ : ବର୍ଷିବ କାଳବୈଶାଖୀ ବର୍ଷା

ଓଡିଶାରେ ସମ୍ଭାବ୍ୟ ବାତ୍ୟାର ସେପରି ବିଶେଷ ପ୍ରଭାବ ପଡିବ ନାହିଁ। ଏନେଇ ସାମ୍ବାଦିକ ସମ୍ମିଳନୀ ଯୋଗେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗୁରୁବାର ସୂଚନା ଦେଇଛନ୍ତି। ମାତ୍ର ଓଡିଶାରେ ଯେପରି କାଳବୈଶାଖୀ ବର୍ଷା ହେଉଛି ତାହା ଜାରି ରହିବ। ୨୬ ତାରିଖ ବେଳକୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟର କିଛି ସ୍ଥାନରେ ୨ ଦିନ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି। ୨୬ ଓ ୨୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା। ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି। ୨୬ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ। ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ।

Related Articles

Back to top button