ରାଜଶ୍ରୀଙ୍କ ସ୍କୁଟିରୁ ମିଳିଲା ହାତଲେଖା ଚିଠି

ଭୁବନେଶ୍ୱର: ନିଖୋଜ ଥିବା ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି । ସାଇଣ୍ଟିଫିକ ଟିମର ତଦନ୍ତ ପରେ ଗୁରୁଡ଼ିଝାଟିଆ ଥାନା ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ସେହି ଜଙ୍ଗଲରେ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ମଙ୍ଗଳାବାଗ ଆଇଆଇସି ରାଜଶ୍ରୀଙ୍କ ମୃତଦେହ ବୋଲି ସ୍ପଷ୍ଟ କରିଛି ।

ସୂଚନା ଆନୁଯାୟୀ, ରାଜଶ୍ରୀ ୧୧ତାରିଖ ପରଠାରୁ ନିଖୋଜ ଥିଲେ । ତେଣୁ ତାଙ୍କ କୋଚ୍ ପୁଷ୍ପାଞ୍ଜଳି ଥାନାରେ ଏତଲା ଦେଇଥିଲେ । ସାଇଣ୍ଟିଫିକ ଟିମର ତନାଘନା ପରେ ରାଜଶ୍ରୀଙ୍କ ହେଲମେଟ ଏବଂ ସ୍କୁଟି ଗୁରୁଡ଼ିଝାଟିଆ ଜଙ୍ଗଲରେ ମିଳିଥିଲା । ସେ ସିନିୟର ଟିମ ଚୟନରୁ ବାଦ ପଡ଼ିଥିଲେ । ବାଦ ପଡ଼ିବାରୁ ମାନସିକ ଚାପରେ ଥିବା କଥା ପ୍ରଶ୍ନ ଉଠୁଛି । ସେପଟେ ରାଜଶ୍ରୀଙ୍କ ଭଉଣୀ ଜୟଶ୍ରୀ ଏହାକୁ ଆତ୍ମହତ୍ୟା ନ କହି ହତ୍ୟା ବୋଲି ମତ ରଖିଛନ୍ତି । ସେ କହିଛନ୍ତି ରାଜଶ୍ରୀଙ୍କୁ ମାରିବା ପରେ ଝୁଲାଇ ଦିଆଯାଇଛି । ଅନ୍ୟପଟେ ତାଙ୍କ ଭାଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜଶ୍ରୀଙ୍କୁ କୌଣସି କାରଣ ପାଇଁ ମାରି ଦିଆଯାଇଛି । ସେଥିପାଇଁ ରାଜଶ୍ରୀଙ୍କ ମୁଣ୍ଡ,ଆଖି, ଓ ପାଦରେ ଆଘାତ ମଧ୍ୟ ଅଛି ।

ଏପରି ପରିସ୍ଥିତିରେ, ରାଜଶ୍ରୀଙ୍କ ଗାଡ଼ି ଚେକ କରିବା ପରେ ବର୍ତ୍ତମାନ ଗାଡ଼ି ଡ଼ିକିରୁ ଏକ ହାତଲେଖା ଚିଠି ମିଳିଲା । ଏହାକୁ ଜବତ କରିଛି ପୋଲିସ । ହାତଲେଖା ଚିଠି ସୁଇସାଇଡ୍ ନୋଟ୍ କି ନୁହେଁ ଯାଞ୍ଚ କରାଯିବ । ଏନେଇ ତଦନ୍ତ ଜାରି ରହିଛି ।

Related Articles

Back to top button