ଭିଜିଲାନ୍ସ ଜାଲରେ ମହିଳା ଆଇଆଇସି

ବୌଦ୍ଧ ଜିଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଶୁକ୍ରବାର ବାଲିଘାଟ ମାଲିକଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ସୂଚନା ଅନୁସାରେ, ହରଭଙ୍ଗା ତହସିଲର ସୁରୁଣ୍ଡି ମହାନଦୀ ବାଲିଘାଟ ମାଲିକ ଶରତ ବେହେରାଙ୍କଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ପାଇଁ ଆଇଆଇସି ଦାବୀ କରିଥିଲେ। ଶେଷରେ ବାଲିଘାଟ ମାଲିକ ଶରତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ଶରତଙ୍କଠାରୁ ଟଙ୍କା ନେବା ସମୟରେ ବ୍ରହ୍ମପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।

Related Articles

Back to top button