ବେଆଇନ୍‌ କ୍ଲିନିକ୍‌ ସିଲ୍‌ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ

ରାୟଗଡ଼ା: ବହୁତ ବର୍ଷ ହେଲା ରାୟଗଡ଼ାରେ ଚାଲିଥିବା ବେଆଇନ୍‌ ଘରୋଇ କ୍ଲିନିକ୍କୁ ସିଲ୍ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଚଢ଼ଉ କରି ସିଲ୍ ଏହି ଘରୋଇ କ୍ଲିନିକ୍‌କୁ ସିଲ୍‌ କରାଯାଇଛି।  ସିଲ୍‌ ହୋଇଥିବା କ୍ଲିନିକ୍ର ପରିଚାଳକ ସତିଶ କୁମାରଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ବିଚାର ବିମର୍ଶ କରୁଛି। ଖବର ଅନୁସାରେ, ରାୟଗଡ଼ା ସହରର ମୁଖ୍ୟ ରାସ୍ତା ପାଖରେ ବହୁ ଦିନ ହେବ ଏକ  ବେଆଇନ କ୍ଲିନିକ୍ ଚାଲିଥିବା ନେଇ ଜିଲ୍ଲାପାଳଙ୍କୁ ସୂଚନା ମିଳିଥିଲା। ପରେ ଏହି କ୍ଲିନିକପେ ଚଢ଼ଉ କରିବା ପାଇଁ ଜିଲ୍ଲାପାଳ ସ୍ବଧା ଦେବ ସିଂ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଜିଲ୍ଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗର ଏକ ମିଳିତ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଚଢ଼ଉ କରିଥିଲା। ଚଢ଼ାଉ ବେଳେ  ସେଠାରେ ୮ ଜଣ ରୋଗୀ ଚିକିତ୍ସିତ ହେଉଥିଲେ।  ଏହା ଦେଖି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନେ  ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ କ୍ଲିନିକ୍ ସିଲ୍ କରାଯାଇଥିଲା। କ୍ଲିନିକ୍ ପରିସରରେ ଗୋଟିଏ ମେଡିକାଲ ଚଲେଇବା ଭଳି ସରଞ୍ଜାମ ରହିଥିବା ନଜରକୁ ଆସିଛି। ଏହି ଚଢ଼ଉରେ ତହସିଲଦାର ତାପସ ରାଉତ, ଅତିରିକ୍ତ ତହସିଲଦାର ସୁନୀଲ ଖରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବରଦାକାନ୍ତ ମିଶ୍ର  ଇତ୍ୟାଦି ସାମିଲ ଥିଲେ।

Related Articles

Back to top button