ମଙ୍ଗଳବାରଠୁ ଭାରତ ଏବଂ ଅଷ୍ଟ୍ରେଲିଆ ଟି-୨୦ ସିରିଜ୍: ଅଭ୍ୟାସ ଆରମ୍ଭ କଲେ ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ: ମଙ୍ଗଳବାରଠୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଏ ନେଇ ଶନିବାରଠୁ ନିଜର ଅଭ୍ୟାସ୍ ଆରମ୍ଭ କରିଛନ୍ତି ଅଷ୍ଟ୍ରେଲିଆ ଦଳ। ଟି-୨୦ ବିଶ୍ଵ କପ୍‌କୁ ଆଉ ଏକ ମାସରୁ କମ ସମୟ ବଞ୍ଚିଛି। ଏମିତିରେ ଆରୋନ ଫିଞ୍ଚଙ୍କ ନେତୃତ୍ଵାଧୀନ ଅଷ୍ଟ୍ରେଲିଆ ଦଳ ଟି-୨୦ର ଏକ ନମ୍ବର ଦଳ ଭାରତକୁ କଡା ଟକ୍କର ଦେବା ପାଇଁ ଲକ୍ଷ୍ୟ ରଖିଛି।

ଅଷ୍ଟ୍ରେଲିଆ ଦଳ ମୋହାଲି ପିଚ୍‌ ଏବଂ ପରିସ୍ଥିତି ସହ ଖାପଖୁଆଇବାକୁ ଉଦ୍ୟମ କରୁଛି। ଅଷ୍ଟ୍ରେଲିଆ ପାଇଁ ଏହି ସିରିଜ୍ ସେତେଟା ସହଜ ହେବ ନାହିଁ। ଷ୍ଟାର ଓପନିଂ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ଓ୍ଵାର୍କଲୋଡ୍ କାରଣରୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ କ୍ୟାମେରୁନ ଗ୍ରୀନଙ୍କୁ ସାମିଲ୍ କରାଯାଇଛି। ଓ୍ଵାର୍ଣ୍ଣରଙ୍କ ବ୍ୟତୀତ ମିଚେଲ୍ ଷ୍ଟାର୍କ, ମିଚେଲ୍ ମାର୍ଶ ଏବଂ ମାର୍କସ ଷ୍ଟୋଇନିସଙ୍କୁ  ଏହି ସିରିଜ୍‌ରେ ବିଶ୍ରାମ ଦିଆଯାଇଛି।

ଅନ୍ୟପଟେ ଭାରତୀୟ ଦଳ ଏସିଆ କପରେ ନୈରାଶ୍ୟଜକନକ ପ୍ରଦର୍ଶନ ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିବା ପାଇଁ ପଡିଆକୁ ଓହ୍ଲାଇବ। ଆଗାମୀ ବିଶ୍ଵ କପ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡଙ୍କ ନିକଟରେ ଶ୍ରେଷ୍ଠ ଚୂଡାନ୍ତ ଏକାଦଶକୁ ପରଖିବାର ସୁଯୋଗ ମିଳିବ। କାରଣ ଏହା ପୂର୍ବରୁ ଅନେକ ସିରିଜରେ ତାରକା ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା କିମ୍ବା ଖେଳାଳି ଆହତ ଥିଲେ। ମାତ୍ର ଏଥର ଦଳରେ ସମସ୍ତ ଖେଳାଳି ଅଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ମ୍ୟାଚ୍ ମୋହାଲିରେ ସେପ୍ଟେମ୍ବର ୨୦ରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୩ରେ ନାଗପୁର ଏବଂ ଅନ୍ତିମ ମ୍ୟାଚ୍ ସେପ୍ଟେମ୍ବର ୨୫ରେ ହାଇଦ୍ରାବାଦରେ ଖେଳାଯିବ।

ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଭୁବନେଶ୍ଵର କୁମାର, ମହମ୍ମଦ ଶାମି, ହର୍ଷଲ ପଟେଲ୍, ଦୀପକ ଚହର, ଅର୍ଶଦୀପ ସିଂହ।

ଅଷ୍ଟ୍ରେଲିଆ ଦଳ

ଆରୋନ ଫିଞ୍ଚ(ଅଧିନାୟକ), ସିନ୍ ଏବୋଟ୍, ଆଷ୍ଟନ ଏଗର, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍, ନାଥନ ଏଲିସ୍, କ୍ୟାମେରୁନ ଗ୍ରୀନ, ଜୋଶ ହେଜେଲଉଡ, ଜୋଶ ଇଙ୍ଗ୍ଲିସ, ଗ୍ଲେନ ମ୍ୟାକ୍ସଓ୍ଵେଲ, କେନ ରିଚାର୍ଡସନ, ଡାନିଏଲ ସାମ୍ନ, ଷ୍ଟିଭ୍ ସ୍ମିଥ୍, ମାଥ୍ୟୁ ଓ୍ଵାଦେ, ଆଡମ ଜାମ୍ପା।

Related Articles

Back to top button