ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପକ୍ଷରୁ ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ ନିର୍ଦ୍ଦେଶ

ରାଜ୍ୟରେ ରୁବେଲା ଭାଇରସ ବ୍ୟାପି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରୁବେଲା ଭାଇରସ୍‌ ସଂକ୍ରମଣ ସନ୍ଦେହରେ ୫ଟି ନମୁନା ଆଇସିଏମଆର(ICMR)କୁ ପଠାଯାଇଥିଲା। ବୁଧବାର ଏହାର ରିପୋର୍ଟ ଆସିବା ସହ ସେଥିରୁ ୨ ଜଣ ରୁବେଲା ଭାଇରସ୍‌ରେ ସଂକ୍ରମିତ ଥିବା ବେଳେ ଆଉ ଜଣଙ୍କ ଠାରେ ମିଳିମିଳା ଚିହ୍ନଟ ହୋଇଛି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପକ୍ଷରୁ ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଗର୍ଭବତୀ ମହିଳାଙ୍କ ଶରୀରରେ ରୁବେଲା ଭାଇରସର ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ରୁବେଲା ଭାଇରସର ପରୀକ୍ଷା କରନ୍ତୁ । ଗର୍ଭବତୀ ମହିଳାମାନେ ରୁବେଲାରେ ସଂକ୍ରମଣ ହୋଇ ଅବହେଳା କରନ୍ତି ତେବେ ସେହି ରୋଗ ତାଙ୍କ ଗର୍ଭରୁ ଜନ୍ମିତ ଶିଶୁ ଠାରେ ପରିଲକ୍ଷିତ ହେବ । ସେଥିପାଇଁ ରୁବେଲା ଭାଇରସ୍‌ ଠାରୁ ଦୁରେଇ ରହି ନିଜର ଯତ୍ନ ନେବା ପାଇଁ ଗର୍ଭବତୀ ମହିଳାଙ୍କୁ ସତର୍କ ସୂଚନା ଦିଆଯାଇଛି ।

Related Articles

Back to top button