ଆସନ୍ତା କାଲି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ

ଆସନ୍ତା କାଲି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ନିର୍ମାଣ ଅନୁକୂଳ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ଶେଷ ହୋଇଛି । ଏବଂ ଆଜି ପୂର୍ବାହ୍ନରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ଜଳକ୍ରୀଡା ପାଇଁ ଠାକୁରଙ୍କ ରୂପା ସିଂହାସନ ନରେନ୍ଦ୍ର ପୁଷ୍କରିଣୀ ପରିସରକୁ ଅଣାଯାଇଛି । ଆଉ ଏହି ସିଂହାସନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଧୁସୂଦନ, ଭୂଦେବୀ , ଶ୍ରୀଦେବୀ ବିଜେ କରି ନୈାକାରେ ଜଳକ୍ରୀଡା କରିବେ ।

Related Articles

Back to top button