ଆହୁରି ୫ ଦିନ କଲବଲ କରିବ ତାତି

ସାରା ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ତାତିର ପ୍ରଭାବ ଜାରି ରହିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ବିଶେଷ କରି ପଶ୍ଚିମ ଓଡିଶାରେ ଗରମ ଏହିଭଳି ଭାବରେ ବଳବତ୍ତର ରହିବ ବୋଲି କହିଛି ପାଣିପାଗ ବିଭାଗ । କାରଣ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜଳବାୟୁ କିମ୍ବା ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି କୁହାଯାଇଛି ।

ତେବେ ଅନ୍ୟ କିଛି ଜିଲ୍ଲାକୁ ଘଡଘଡି ସହିତ ବର୍ଷା ଏବଂ ବଜ୍ରପାତ ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ସେପଟେ ଝଡବର୍ଷା ଏବଂ ବଜ୍ରପାତକୁ ନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ୫ ଦିନ ପାଇଁ ଅଦିକାଂଶ ଜିଲ୍ଲାରେ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ବିଶେଷ କରି ଆସନ୍ତାକାଲି ପାଇଁ ମୋଟ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରେ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏହାସହିତ କେନ୍ଦ୍ରାପଡା, କନ୍ଧମାଳ, ଖୋର୍ଦ୍ଧା, କଟକ, ନୟାଗଡ, ଗଜପତି ଓ ଗଞ୍ଜାମ ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି । ତେବେ ୨୩ ତାରିଖ ପାଇଁ ମାଲକାନାଗିରି, କୋରାପୁଟ, ରାୟଗଡା ଓ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଝଡବର୍ଷା ତଥା ବଜ୍ରପାତରେ କୌଣସି କ୍ଷୟକ୍ଷତି ହେଲେ ଏସଆରସିଙ୍କ କାର୍ଯ୍ୟାଳୟକୁ ସୂଚନା ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ।

Related Articles

Back to top button