ଆଗକୁ ଅସମ୍ଭାଳ ହେବ ଖରାତାତି

ଆଗକୁ ଅସମ୍ଭାଳ ହେବ ଖରାତାତି । ଦିନ ସହିତ ରାତିରେ ମଧ୍ୟ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଶୁକ୍ରବାର ମାଲକାନଗିରିରେ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିଲା ବେଳେ ଟିଟିଲାଗଡ଼ ଭବାନୀପାଟଣା, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୩୫ ଡିଗ୍ରୀ ଉପରେ ରହଥିଲା।

ସେହିପରି ଶନିବାର ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ପାଖାପାଖି ୩୮ ଡିଗ୍ରୀ ଛୁଇଁଛି । ୨୪ତାରିଖ ବେଳକୁ ଆଭ୍ୟନ୍ତରୀଣ ଓ ଅଧିକାଂଶ ସ୍ଥାନର ତାପମାତ୍ରା ୩୬ ଓ ୩୭ଡିଗ୍ରୀ ଉପରେ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ୨୫ ତାରିଖରେ ମାଲକାନଗିରି ଓ ଟିଟିଲାଗଡ଼ ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Related Articles

Back to top button