ଆସନ୍ତା ୪ ଓ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଗ୍ରୀଷ୍ମ ପ୍ରବାହ

ରବିବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ହୋଇଥିଲା । ଯାହାଫଳରେ ରାଜ୍ୟରେ ହେଉଥିବା ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିଲା । କିନ୍ତୁ ଆସନ୍ତାକାଲି ଠାରୁ ରାଜ୍ୟରେ ତାତି ବଢିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛନ୍ତି । ତାତିରେ ହନ୍ତସନ୍ତ ହେବ ଜନ ଜୀବନ । ଯାହାଫଳରେ ଅଂଶୁଘାତରେ ମଧ୍ୟ ଲୋକଙ୍କ ମୃତ୍ୟୁ ହେଉଛି ।

ଆସନ୍ତା ୪ ଓ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଆସନ୍ତାକାଲି ଠାରୁ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ସେଥିପାଇଁ ଉପକୂଳ ବର୍ତ୍ତୀ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ନୂଆପଡା,କନ୍ଧମାଳ ଭଳି ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତା ୬ ଓ ୭ ତାରିଖ ବେଳକୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

Related Articles

Back to top button