ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

ଦେଶର ସାଧାରଣ ନିର୍ବାଚନ ସରିଛି। ଉଭୟ ଲୋକସଭା ଓ ବିଧାନସଭାର ଫଳାଫଳ ଆସନ୍ତାକାଲି(ମଙ୍ଗଳବାର) ଆସିବ। ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ ୭୦ଟି କେନ୍ଦ୍ରରେ ମତ ଗଣନା ହେବ। କଡ଼ା ସୁରକ୍ଷା ମଧ୍ୟରେ ମତ ଗଣନା କରାଯିବ। ଅଢେଇ କୋଟିରୁ ଅଧିକ ଲୋକଙ୍କ ମତ ଗଣନା ହେବ। ୬୯ଟିରେ ଇଭିଏମ ଓ ୧ଟିରେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ୬୦ଟି ହଲରେ ଉଭୟ ବିଧାନସଭା ଓ ସଂସଦୀୟ କ୍ଷେତ୍ରର ଭୋଟ ଗଣତି ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ୧୨୪ ଜଣ ଅବଜରର୍ଭର ନିଯୁକ୍ତି ହୋଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ୪ଟି ପର୍ଯାୟ ନିର୍ବାଚନରେ ଅଢେଇ କୋଟିରୁ ଅଧିକ ଭୋଟର ମତଦାନ କରିଛନ୍ତି। ୨୦୧୯ ତୁଳନାରେ ୨୦୨୪ରେ ମତ ଦାନ ହାର ବଢ଼ିଛି। ୨୦୧୯ରେ ୭୩.୦୯% ଓ ୨୦୨୪ରେ ୭୪.୪୪% ମତଦାନ ହୋଇଛି। ରାଜ୍ୟରେ ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ୍ ଦେଇଛନ୍ତି। ପୁରୁଷଙ୍କ ମତଦାନ ସଂଖ୍ୟା ୭୩.୩୭ ପ୍ରତିଶତ ଥିବାବେଳେ ମହିଳା ୭୫.୫୫ ପ୍ରତିଶତ ମତଦାନ କରିଛନ୍ତି।

Related Articles

Back to top button