ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ପ୍ରବଳ ବର୍ଷା : ୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପୂର୍ବକେନ୍ଦ୍ରୀୟ ବଙ୍ଗୋପ ସାଗରରେ ଗଭୀର ଅବପାତ ଦେଖାଦେଇଛି। ଏହାର ପ୍ରଭାବରେ ଆଜି ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷିବ। ସେହିପରି ଆସନ୍ତାକାଲି ବାଲେଶ୍ବର, ଭଦ୍ରକ ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାସହିତ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଆସନ୍ତା ୨୭ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ଏହାର ପ୍ରଭାବରେ ଏସବୁ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଦିଆଯାଇଛି।

Related Articles

Back to top button