ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ ହୋଇଛି

ଆଜି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛୁଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟିଂ ହୋଇଛି।

ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ସନ୍ଧ୍ୟା ୫ଟା ସୁଦ୍ଧା ଓଡ଼ିଶାରେ ୫୯.୬୦% ମତଦାନ ହୋଇଛି । କଟକ ସଂସଦୀୟ କ୍ଷେତ୍ରରେ ୫୪.୩୬ ପ୍ରତିଶତ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୫୩.୫୪ ପ୍ରତିଶତ, ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ୬୦.୮୮ ପ୍ରତିଶତ,ପୁରୀ ସଂସଦୀୟ କ୍ଷେତ୍ରରେ ୬୧.୧୭ ପ୍ରତିଶତ , ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୬୫.୯୧ ପ୍ରତିଶତ, କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ୬୨.୪୩ ପ୍ରତିଶତ ଭୋଟିଂ ହୋଇଛି।

Related Articles

Back to top button