୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବା ସହିତ ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତ ୨୪ ଘଣ୍ଟାର ପାଣିପାଗର ସୂଚନ ଅନୂସାରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ପଶ୍ଚିମ-କେନ୍ଦ୍ରୀୟ ପାଶ୍ବବର୍ତୀ, ଉତ୍ତର ପଶ୍ଚିମ ତଥା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ସମୁଦ୍ର ପତନ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଏହାସହ ଜଡିତ ଘୂର୍ଣ୍ଣିବଳୟର ମଧ୍ୟ ପ୍ରଭାବ ରହିଛି। ତେଣୁ ଏହି ସବୁ ଅଞ୍ଚଳରେ ଲଘୁଚାପଟି ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ମୌସୁମୀ ଜନିତ ନିମ୍ନ ଚାପରେଖା ମଧ୍ୟ ବାୟୁମଣ୍ଡଳରେ ରହୁଛି।

ଏହି ସବୁ ପାଣିପାଗର ନିୟାମକକୁ ନେଇ ରାଜ୍ୟରେ ୨ଦିନ ପର୍ଯ୍ୟନ୍ତ ବିସ୍ତୃତି ବର୍ଷା ରହିବ। ଅନେକ ସ୍ଥାନରେ ହଳୁକାରୁ ମଧ୍ୟମ ଧରଣର ବର୍ଷାରହିବ। ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାର ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ, ତଳିଆ ଅଞ୍ଚଳରେ ପାଣି ଜମିବା ଓ ସହରର ପାଣି ଜମିବାର ସମ୍ଭାବନା ରହିଛି। ଏହାସହ ଚାଷୀମାନଙ୍କୁ ଅମଳ ଶସ୍ୟକୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ କୁହାଯାଇଛି।

ଅନ୍ୟପଟେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା  ଥିବାବେଳେ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି। ସମୁଦ୍ର ଭିତରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ପର୍ଯ୍ୟନ୍ତ ଝଡ ସହ ପବନ ବହିବାର ଆଶଙ୍କା ରହିଛି। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ଆଜି ଠାରୁ ୧୨ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି। ସେହିପରି ଆଭ୍ୟନ୍ତରୀଣ ଓଡି଼ଶାକୁ ଯେତେବେଳେ ଲଘୁଚାପଟି ଗତି କରିବ ସେତେବେଳେ ଲଘୁଚାପର ପ୍ରଭାବ କମ ରହିବ।

Related Articles

Back to top button