ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କ୍ୟାପିଟାଲ କମ୍ପାନୀର ଶେୟାର ମୂଲ୍ୟ ‘ଶୁନ୍ୟ’

ମୁମ୍ବାଇ: ରିଲାଏନ୍ସ କ୍ୟାପିଟାଲର ଶେୟାର ମୂଲ୍ୟ ‘ଶୁନ୍ୟ’ ହୋଇଯାଇଛି। ଏହା ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପର କମ୍ପାନୀ। ଏଥିରେ କାରବାର ବନ୍ଦ କରିଦିଆଯାଇଛି। ଡିମେଟ୍‌ରେ ସବୁ ସେୟାର ଡେବିଟ୍ କରିଦିଆଯାଇଛି। ଏହି କମ୍ପାନୀରେ ପବ୍ଲିକ ସେୟାର ହୋଲ୍ଡିଂ ୯୪ ପ୍ରତିଶତରୁ ଅଧିକ ଥିଲା। ଏହାର ଅର୍ଥ ଏଥିରେ ନିବେଶ କରିଥିବା ରିଟେଲ ନିବେଶକଙ୍କୁ ସବୁଠୁ ଅଧିକ କ୍ଷତି ସହିବାକୁ ପଡିଛି।

ରିଲାଏନ୍ସ କ୍ୟାପିଟାଲ ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ଯାଇଥିଲେ। କମ୍ପାନୀକୁ ଦେବାଳିଆ ଘୋଷିତ କରିବା ପ୍ରକ୍ରିୟାରେ ଏହି ପଦକ୍ଷେପ ନିଆଯାଇଛି। ଫାଇନାନ୍ସିଆଲ ସର୍ଭିସ ଦେଉଥିବା କମ୍ପାନୀ ଥିଲା ରିଲାଏନ୍ସ କ୍ୟାପିଟାଲ। ଯାହାର ପ୍ରମୋଟର ଥିଲେ ରିଲାଏନ୍ସ ଧିରୁଭାଇ ଅମ୍ବାନୀ ଗ୍ରୁପ। ରିଲାଏନ୍ସ କ୍ୟାପିଟାଲରେ ମେଡକ୍ୟାପ-୫୦ର ଅଂଶ ଥିଲା, ଯାହା ଲାଇଫ, ଜେନେରାଲ ଏ ହେଲଥ୍ ଇନସ୍ୟୁରାନ୍ସ ସେବା ଦେଉଛି। ଏହା ଛଡା ରିଲାଏନ୍ସ କ୍ୟାପିଟାଲ କମର୍ସିଆଲ, ହୋମ ଫାଇନାନ୍ସ, ଇକ୍ୱିଟି ଓ କମୋଡିଟି ବ୍ରୋକିଂ କ୍ଷେତ୍ରରେ ମଧ୍ୟ ସେବା ଦେଇଛି। ତେବେ ସେୟାର ମୂଲ୍ୟ ଶୁନ୍‌ ହୋଇଯିବା ନିବେଶକଙ୍କୁ ଏବେ ଅସମଞ୍ଜସରେ ପକାଇ ଦେଇଛି।

ରିଲାଏନ୍ସ କ୍ୟାପିଟାଲ ଦୀର୍ଘ ସମୟରୁ ଋଣରେ ଫଶି ରହିଥିଲା। ଋଣ ଦାତାଙ୍କ ଏକ କମିଟି ବୁଧବାର କମ୍ପାନୀର ରିଜ୍ୟୋଲେସନ ପ୍ରୋସେସ ର ସମୀକ୍ଷା କରିଥିଲେ। କମ୍ପାନୀ ଲାଗି ବୋଲି ପ୍ରକ୍ରିୟା ଅଗଷ୍ଟ ୨୯ ତାରିଖରେ ଶେଷ ହୋଇଥିଲା। ରିଲାଏନ୍ସ କ୍ୟାପିଟାଲର ଅଧିଗ୍ରହଣ ଲାଗି ଇଣ୍ଡସଇଣ୍ଡ ବ୍ୟାଙ୍କ, ଆମେରିକାର ସମ୍ପତ୍ତି ପରିଚାଳନା କମ୍ପାନୀ ଓକଟ୍ରି କ୍ୟାପିଟାଲ ଓ ଟରେଣ୍ଟ ଗ୍ରୁପ ଆଦି ୬ଟି କମ୍ପାନୀ ବୋଲି ଡାକିଛନ୍ତି।

ରିଲାଏନ୍ସ କ୍ୟାପିଟାଲ ଛଡା ରିଲାଏନ୍ସ ନାଭାଲ ଏଣ୍ଡ ଇଞ୍ଜିନିୟରିଂର ସେୟାର ଟ୍ରେଡିଂ ମଧ୍ୟ ରୋକା ଯାଇଛି। ରିଲାଏନ୍ସ ନାଭାଲ ଏଣ୍ଡ ଇଞ୍ଜିନିୟରିଂ ବ୍ୟାଙ୍କରପସି କୋଡରେ ଦେବାଳିଆ ପ୍ରକ୍ରିୟା ଦେଇ ଗତି କରୁଛି। ଏଣୁ ଏକ୍ସଚେଞ୍ଜ ଏହି ସେୟାର ଗୁଡିକୁ ଆଡିସନାଲ ସର୍ଭିଲାନ୍ସ ମେଜର (ଏଏସଏମ)ରେ ପକାଇ ଦେଇଛନ୍ତି। ଏଏସଏମରେ ଆସିବା ପରେ ଏହି ସେୟାରଗୁଡିକର ସପ୍ତାହକୁ ଥରେ ଟ୍ରେଡିଂ ହୋଇପାରିବ। ଗତବର୍ଷ ନଭେମ୍ବର ୨୯ ତାରିଖ ଦିନ ଆରବିଆଇ ରିଲାଏନ୍ସ କ୍ୟାପିଟାଲର ବୋର୍ଡ ଭଙ୍ଗ କରିଥିଲେ। କମ୍ପାନୀର ପୁରା ଦାୟିତ୍ୱ ଆରବିଆଇ ନିଜ ହାତକୁ ନେବା ସହ ଏନସିଏଲଟିରେ ପହଞ୍ଚିଥିଲେ। କମ୍ପାନୀ ନେଇଥିବା  ଋଣ ସୁଝିବାରେ ବିଫଳ ଥିଲା। ଏଣୁ କମ୍ପାନୀ ବିରୋଧରେ ଆରବିଆଇ ଏହି ପଦକ୍ଷେପ ନେଇଥିଲେ।

Related Articles

Back to top button