୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସରେ ହାଜର ହେବାକୁ ବର୍ଷାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୋଲିସରେ ୧୫ ଦିନ ମଧ୍ୟରେ ହାଜର ହେବାକୁ ବୁଧବାର ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବର୍ଷା ତାଙ୍କ ସ୍ବାମୀ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିବା ନେଇ ଦିଲ୍ଲୀ ପୋଲିସରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ଦିଲ୍ଲୀ ପୋଲିସ ବର୍ଷାଙ୍କୁ ହାଜର ହେବା ପାଇଁ ଦୁଇଥର ନୋଟିସ କରିଥିଲେ ମଧ୍ୟ ବର୍ଷା ହାଜର ହେବା ପରିବର୍ତ୍ତେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ବର୍ଷାଙ୍କ ଆବେଦନକୁ ଗ୍ରହଣ କରି ୧୫ ଦିନ ଯାଏ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ତେବେ ୧୫ ଦିନ ମଧ୍ୟରେ ହାଜର ହେବାକୁ ଏବେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button