ଲଗାଣ ବର୍ଷାରେ କରଡ଼ା ଘାଟି ଧସିଲା, ଗାଡ଼ିମୋଟର ଚଳାଚଳ ବନ୍ଦ

ରାଇକିଆ,୧୭ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର କରଡ଼ା ଘାଟି ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଘାଟିର ତିନୋଟି ସ୍ଥାନରେ ଓ୍ବାଲ ଧସି ଯିବାରୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ୧୩ ଓ ୧୪ ତାରିଖ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ଘାଟିର ବିଭିନ୍ନ ସ୍ଥାନ ଧୋଇ ହୋଇଯାଇଛି। ୪ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ମରାମତି କାର୍ଯ୍ୟ ହୋଇପାରିନାହିଁ। ବ୍ଲକର ୪ଟି ପଞ୍ଚାୟତ କରାଡ଼ା, ଇନ୍ଦ୍ରଗଡ଼, ରଣବା, ବଡ଼ବରବା ପଞ୍ଚାୟତର ୧୦ ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଗଞ୍ଜାମ ଜିଲାର ସୋରଡ଼ା ଅଞ୍ଚଳକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଘାଟି ମରାମତି କରିବାକୁ କାରଦା ସରପଞ୍ଚ ସାନୁଜ ପ୍ରଧାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାଇକିଆଠାରୁ କରଡ଼ା ପର୍ଯ୍ୟନ୍ତ ୨୦ କିମି ରାସ୍ତା ଉନ୍ନତିକରଣ ପାଇଁ ୨୦୧୯ରୁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ରାସ୍ତା ଓ ଘାଟି କାମ ହୋଇ ପାରି ନ ଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ।

Related Articles

Back to top button