
ମେଟ୍ରୋ ଟ୍ରେନ୍ ଲାଗି ଭୁବନେଶ୍ୱରରେ ହେଲା ରିଭ୍ୟୁ
ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍। ମେଟ୍ରୋ ଟ୍ରେନ୍ ଆରମ୍ଭ ହେଲେ କେଉଁ କେଉଁ ରୁଟ ଦେଇ ଯିବ ସେ ନେଇ ସମସ୍ତ ରୁଟର ରିଭ୍ୟୁ ହୋଇଛି। ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ସହିତ ସମସ୍ତ ଦିଗକୁ ନଜରରେ ରଖି ରିଭ୍ୟୁ କରାଯାଇଛି।
ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ କରାଯାଇଛି ସମସ୍ତ ଜାଗା ଦେଖିବା ସହ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରୁ ଭୁବନେଶ୍ୱର ରେଲୱେ ଷ୍ଟେସନ ,ବାଣୀବିହାର, ଜୟଦେବ ବିହାର, ପଟିଆ ଛକ, ନନ୍ଦନକାନନ ଏବଂ ତ୍ରିଶୁଳିଆରେ ରିଭ୍ୟୁ କରାଯାଇଛି।
ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥ୍ୟୁ ଭାଥନମ, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗ୍ରାଉଣ୍ଡ ଜିରୋକୁ ଯାଇ ସର୍ଭେ କରିଛନ୍ତି।
କଟକ ତ୍ରିଶୂଳିଆ ରେ ପହଂଚିବା ପରେ କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ରୁଟ ଚାର୍ଟର ନକ୍ସା ଦେଖାଇ ଥିଲେ। କାମ କିଭଳି ହେବ ଓ କୋଉ ରୁଟ ଦେଇ କାମ ଚାଲିବ ସେ ନେଇ ବ୍ୟାପକ ଆଲୋଚନା ହୋଇଥିଲା।