ଆଜିଠୁ ରାଉରକେଲାର ୬ଟି ନୂଆ ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର: ଶନିବାର ଠାରୁ ରାଉରକେଲାର ୬ଟି ନୂଆ ରୁଟ୍‌ରେ ‘ମୋ ବସ୍‌’ ଚଳାଚଳର ଶୁଭାରମ୍ଭ ହେବ। କ୍ରୁଟ୍‌ର ସୂଚନାନୁସାରେ, ରୁଟ୍‌ ନଂ.୧୧୦ରେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-କାଲୁଙ୍ଗା (ଭାୟା ରଘୁନାଥପଲ୍ଲୀ), ରୁଟ୍‌ ନଂ.୧୧୩ରେ ରାଉରକେଲା ନୂଆ ବସଷ୍ଟାଣ୍ଡ୍‌-ଉସ୍ରା (ଭାୟା ଏନ୍‌ଏଚ୍‌), ରୁଟ୍‌ ନଂ.୧୧୪ରେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-ନୂଆଗାଁ (ଭାୟା ହାତୀବାରି), ରୁଟ୍‌ ନଂ.୧୧୫ରେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-ପୋତାବ (ଭାୟା ହାତୀବାରି), ରୁଟ୍‌ ନଂ.୧୧୬ରେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-ଲୋରାମ୍‌ (ଭାୟା-ଏନ୍‌ଆଇଟି, ଜଗଦା ଛକ, ଖୁଟାଗାଁ, ସୋରଡ଼ା), ରୁଟ୍‌ ନଂ.୧୧୭ରେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-ଜରେଇକେଲା (ଭାୟା-ବଣ୍ଡମୁଣ୍ଡା, ବିସ୍ରା) ମଧ୍ୟରେ ନୂତନ ମୋ ବସ୍‌ ସେବା ଆରମ୍ଭ ହେବ। ଏ ସମ୍ପର୍କରେ କ୍ରୁଟ୍‌ର ଏମ୍‌ଡି ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ରାଉରକେଲାର ନାଗରିକଙ୍କଠାରୁ ବହୁ ସଂଖ୍ୟାରେ ଅନୁରୋଧ ପାଇବା ପରେ କ୍ରୁଟ୍‌ ପକ୍ଷରୁ ଏସବୁ ନୂଆ ରୁଟ୍‌ର ଶୁଭାରମ୍ଭ କରିବାକୁ ନିଷ୍ପତି ନିଆଯାଇଛି। ସହରରେ ମୋ ବସ୍‌କୁ ଗମନାଗମନର ସବୁଠୁ ପସନ୍ଦର ମାଧ୍ୟମରେ ପରିଣତ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି। ସେହିପରି ନୂଆ ରୁଟ୍‌ ଦ୍ୱାରା ରାଉରକେଲାର ଲୋକମାନେ ଉପକୃତ ହେବେ ବୋଲି କ୍ରୁଟ୍‌ ଜିଏମ୍‌ ଦୀପ୍ତି ମହାପାତ୍ର କହିଛନ୍ତି।

Related Articles

Back to top button