ଅକ୍ଟୋବର ୧ରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‍ ଯାଞ୍ଚ, ନ ଲଗାଇଲେ ୫ ହଜାର ରୁ ୧୦ ହଜାର ଜୋରିମାନା

ଭୁବନେଶ୍ଵର:  ରାଜ୍ୟରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଯାଞ୍ଚ କଡାକଡି କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ନ ଲଗାଇଲେ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୫ ହଜାର ରୁ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଆଦାୟ କରାଯିବ।

ସୂଚନା ଅନୁସାରେ ଯେଉଁ ଗାଡିଗୁଡ଼ିକର ଶେଷ ନମ୍ବର ୧,୨,୩ କିମ୍ବା ୪ ଥିବ ସେମାନଙ୍କ ପାଇଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବାର
ଶେଷ ସମୟ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ସେହିପରି ଯେଉଁ ଗାଡ଼ିଗୁଡ଼ିକର ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି ସେମାନଙ୍କ ପାଇଁ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‍ ଲଗାଇବାର ସମୟସୀମା ଅକ୍ଟୋବର ୩୧ ରହିଛି। ଯେଉଁ ଗାଡିର ନମ୍ବର ଶେଷରେ ୭ ଓ ୮ ଅଙ୍କ ରହିଛି ସେମାନଙ୍କ ପାଇଁ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍‍ ଲଗାଇବାର ସମୟସୀମା ଅନଭେମ୍ବର ୩୦ତାରିଖ ରହିଛି। ଏଥିସହିତ ଯେଉଁ ଗାଡିର ନମ୍ବର ପ୍ଲେଟର ଶେଷ ଅଙ୍କ ୯ ଏବଂ ୦ ରହିଥିଲେ ଡିସେମ୍ବର ୩୧ ତାରିଖ ମଧ୍ୟରେ ଗାଡ଼ି ମାଲିକ ନମ୍ବର
ପ୍ଲେଟ୍‍ ଗୁଡ଼ିକୁ ବଦଳାଇବା ପାଇଁ ଅବଧି ଧାର୍ଯ୍ୟ କରାଯାଇଛି।

Related Articles

Back to top button