ଏଏସ୍‌ଓ ମେରିଟ୍‌ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ, ୨ ମାସ ମଧ୍ୟରେ ସାନି ମେରିଟ୍‌ ଲିଷ୍ଟ ପ୍ରକାଶ କରିବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ

କଟକ: ଏଏସ୍‌ଓ ନିଯୁକ୍ତି ନେଇ ଲୋକସେବା ଆୟୋଗ(ଓପିଏସ୍‌ସି)ପକ୍ଷରୁ ଜାରି ହୋଇଥିବା ମେରିଟ୍‌ ଲିଷ୍ଟକୁ ଶୁକ୍ରବାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହିତ ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷ ଅଗଷ୍ଟ ମାସରେ ୭୯୬ଟି ଏଏସ୍‌ଓ ପଦବୀ ପାଇଁ ମୋଟ ୧ଲକ୍ଷ ୪୮ହଜାର ୮୮୮ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧୦୪ ଜଣଙ୍କ ନାଁ ମେରିଟ ଲିଷ୍ଟରେ ପ୍ରକାଶ କରାଯାଇଥିଲା। ଏହି ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ।

Related Articles

Back to top button