୩୬ ଲକ୍ଷ ଫ୍ରଡ ହ୍ୱାଟ୍ସଆପ ଆକାଉଣ୍ଟ ବ୍ୟାନ

ନୂଆଦିଲ୍ଲୀ: ଭାରତରେ ସ୍କାମ କଲ୍ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଅନ୍ତରାଷ୍ଟ୍ରୀୟ ନମ୍ବରରୁ ଅଡିଓ ଏବଂ ଭିଡିଓ କଲ୍ କରି ସାଇବର ଲୁଟେରା ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଏଭଳି ନକଲି ଆକାଉଣ୍ଟ ଗୁଡିକୁ ବନ୍ଦ କରିବା ପାଇଁ ହ୍ୱାଟ୍ସଆପ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ ଭାରତ ସରକାର । ଏହାପରେ ହ୍ୱାଟ୍ସଆପ କମ୍ପାନୀ ତରଫରୁ ନିଆ ଯାଇଛି ଏକ ବଡ ପଦକ୍ଷେପ । ହ୍ୱାଟ୍ସଆପର ଏହି ଆକାଉଣ୍ଟଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କମ୍ପାନୀ । ୟୁଜରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ହ୍ୱାଟ୍ସଆପ କମ୍ପାନୀ ପକ୍ଷରୁ ଏଭଳି ୩୬ ଲକ୍ଷ ଫ୍ରଡ ହ୍ୱାଟ୍ସଆପ ଆକାଉଣ୍ଟ ଉପରେ ବ୍ୟାନ ଲଗାଇଛି । କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗର ସଞ୍ଚାର ସାଥି ୱେବସାଇଟର ଲଞ୍ଚ ସମୟରେ ଏ ନେଇ ସୂଚନା ଦେଇଛନ୍ତି । ତେବେ ସ୍କାଲ କଲ୍ ଉପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଉତ୍ତରରେ, କମ୍ପାନୀ ସହ ଏ ସମ୍ପର୍କରେ ଲଗାତାର ଆଲୋଚନା ଜାରି ରହିଛି ଏବଂ କମ୍ପାନୀ ମଧ୍ୟ ୟୁଜରଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହାବ୍ୟତୀତ ସମସ୍ତ ଓଟିଟି ପ୍ଲାଟଫର୍ମ ମଧ୍ୟଏହି ଆକାଉଣ୍ଟଗୁଡିକୁ ରଦ୍ଦ କରିବା ପାଇଁ ସହଯୋଗ କରୁଛନ୍ତି ।

ଏହାପୂର୍ବରୁ ହ୍ୱାଟ୍ସଆପ ପକ୍ଷରୁ ଏଭଳି ସ୍କାମ ଏବଂ ସନ୍ଦିଗ୍ଧ କଲ୍ ବ୍ଲକ କରିବା ସହ ରିପୋର୍ଟ କରିବା ପାଇଁ କୁହାଯାଇଥିଲା । ଏହାଦ୍ୱାରା ସେମାନଙ୍କ ବିରୋଧରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଇ ପାରିବ । ସୂଚନା ଥାଉ କି, ଅନେକ ୟୁଜର ଇଥିଓପିୟା(+୨୫୧), ମାଲେସିଆ(+୬୦), ଇଣ୍ଡୋନେସିଆ(+୬୨), କେନ୍ୟା(+୨୫୪) ଏବଂ ଭିଏତନାମା(+୮୪) ଭଳି ଦେଶରୁ ଅଡିଓ ଏବଂ ଭିଡିଓ କଲ୍ ଆସୁଥିବା ନେଇ ଅଭିଯୋଗ କରିଥିଲେ ।

Related Articles

Back to top button