ଖୋଲିଲା ହୀରାକୁଦ ଗେଟ୍

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ଡ୍ୟାମ ଭିତରେ ଭଜନ କିର୍ତ୍ତନ ସହ ପାରମ୍ପାରିକ ପୂଜର୍ଚ୍ଚନା ସହ ପ୍ରଥମେ ଶୁଭ ସଙ୍କେତ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି । ପ୍ରର୍ଯ୍ୟାୟ କ୍ରମେ ବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ଗେଟ୍ ଖୋଲାଯାଇଛି । ଏହି ୫ଟି ଗେଟ୍ ଦ୍ୱାରା ୭୫ ହଜାର କ୍ୟୁସେକ୍ ଜଳ ତଳମୁଣ୍ଡକୁ ନିଷ୍କାସିତ ହେବ । ଏହାପରେ ହୀରାକୁଦ ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୮ ହଜାର ୯୩୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪୦ ହଜାର ୭୮୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ତିନି ଦିନ ତଳେ ଗେଟ୍ ଖୋଲିବାକୁ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏନେଇ ଆବଶ୍ୟକ ପ୍ରସ୍ତୁତ କରାଯାଇଥିଲା। ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ଅବଗତ କରାଯାଇଥିଲା। ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ଗେଟ୍ ଖୋଲାଯାଉଥିବାରୁ ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକୁ ପ୍ରବେଶ ନ କରିବାକୁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଲୋକଙ୍କୁ ସତର୍କ କରାଇଥିଲେ ।

Related Articles

Back to top button