
ଆଜି ୪ଟି ଗେଟ୍ ଖୋଲିବ ହୀରାକୁଦ ଜଳଭଣ୍ଡାର
ସମ୍ୱଲପୁର: ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ । ଦିନ ୧୦ଟା ପରେ ଏହି ୪ଟି ଗେଟ୍ ଖୋଲିବା ନେଇ ଆଗୁଆ ସୂଚନା ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଉପରମୁଣ୍ଡରୁ ଜଳପ୍ରବେଶ ବଢିବା ସହ ଜଳସ୍ତର ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।
ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇ ୬୨୯.୨୭ ଫୁଟରେ ପହଂଚିଲାଣି । ସେହିପରି ଉପରମୁଣ୍ଡରେ ବର୍ଷା ଥିବାବେଳେ ପ୍ରତି ସେକେଣ୍ଡରେ ୯୧ ହଜାର ୫୦୮ କ୍ୟୁସେକ ଜଳ ପ୍ରବେଶ କରୁଛି ।