ଭୁବନେଶ୍ବରରେ ପହଞ୍ଚିଲେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, କହିଲେ ହକି ବିଶ୍ବକପ ଚ୍ୟାଲଞ୍ଜପୂର୍ଣ୍ଣ ରହିବ

ଭୁବନେଶ୍ବର: ହକି ଇଣ୍ଡିଆର ସଭାପତି ଭାବରେ ନିର୍ବାଚିତ ହେବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ। ଭୁବେନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ରାଜ୍ୟ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସଂଘର ପଦାଧିକାରୀ ମଧ୍ୟ ଦିଲ୍ଲୀପଙ୍କୁ ସ୍ୱାଗତ କରିଥିଲେ । ପ୍ରଥମ ଓଡିଆ ଭାବେ ଏହି ସମ୍ମାନଜନକ ପଦରେ ଦାୟିତ୍ବ ତୁଲାଇବେ ପଦ୍ମଶ୍ରୀ ଦିଲୀପ ତିର୍କୀ ।

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଗତକାଲି ( ଶୁକ୍ରବାର ) ହକି ଇଣ୍ଡିଆ ସଭାପତି ପଦରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ । ଆଗାମୀ ଦିନରେ ସାରା ଦେଶରେ କିପରି ହକିର ବିକାଶ ହେବ ବିଶେଷକରି ତୃଣମୂଳ ସ୍ଥାରରେ କିପାରି ହକିକୁ ପହଞ୍ଚାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି ହକି ଇଣ୍ଡିଆର ଏହି ନବନିର୍ବାଚିତ ଅଧ୍ୟକ୍ଷ ।

ଭୁବନେଶ୍ବର ବିମାନ ବନ୍ଦରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଜାନୁଆରୀରେ ହେବାକୁ ଥିବା ହକି ବିଶ୍ବକପ ଆମ ସମସ୍ତଙ୍କ ପାଇଁ ଚ୍ୟାଲଞ୍ଜପୂର୍ଣ୍ଣ ରହିବ । ହକି ଇଣ୍ଡିଆର ଏହା ପ୍ରୟାସ ରହିଛି କି ହକି ବିଶ୍ବକପ ଆୟୋଜନ ବହୁତ ସଫଳ ହେଉ । ମୁଁ ଆଶା କରୁଛି ସମସ୍ତଙ୍କ ସହଯୋଗରେ ଏହା ବହୁତ ସଫଳ ହେବ । ଗତ ସଂସ୍କରଣରେ ଓଡିଶାରେ ଗୋଟିଏ ସ୍ଥାନରେ ହକି ବିଶ୍ବକପ ଆୟୋଜନ ହୋଇଥିଲା । ଏଥର ରାଉରକେଲା ଏବଂ ଭୁବନେଶ୍ବରକୁ ହକି ବିଶ୍ବକପ ଭେନ୍ୟୁ ଭାବରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୁନ୍ଦରଗଡ ବାସିନ୍ଦାଙ୍କ ମାଧ୍ୟରେ ବହୁତ ଉତ୍ସାହିତ ଦେଖିବାକୁ ମିଳିଛି ।”

Related Articles

Back to top button