
‘ନିମନ୍ତ୍ରଣ’ ହୋଟେଲରେ ଘୋଟାଲା: ମ୍ୟାନେଜର ଓ ଠିକା କର୍ମଚାରୀ ଗିରଫ
ଭୁବନେଶ୍ୱର: ଭୁବନେଶ୍ବର ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା । ବନ୍ଧାହେଲେ OTDC ମ୍ୟାନେଜର ଓ ଠିକା କର୍ମଚାରୀ । ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇ ଗିରଫ ହୋଇଛନ୍ତି ।
ଖବର ଅନୁଯାୟୀ, ଗତ ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିଲେ। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ । ଅଡିଟ ବେଳେ ଏଭଳି ତଥ୍ୟ ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି OTDC ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଏବଂ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ଗିରଫ କରାଯାଇଛି । ବୁଧବାର ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ ।