ଆଜି ଚିତାଲାଗି ଅମାବାସ୍ୟା, ଶ୍ରୀମନ୍ଦିରରେ ଅପରାହ୍ନ ୨ରୁ ସନ୍ଧ୍ୟା ୬ଟା ଦର୍ଶନ ବନ୍ଦ

ପୁରୀ : ଚିତାଲାଗି ଅମାବାସ୍ୟାରେ ଗୁରୁବାର ଶ୍ରୀମନ୍ଦିରରେ ବିଶେଷ ନୀତି ସହ ତିନିଠାକୁରଙ୍କ ଚିତାଲାଗି କରାଯିବ। ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ପରେ ଦାରୁଦିଅଁଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ। ଏହା ଏକ ଗୁପ୍ତ ନୀତି। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚିତାଲାଗି ନୀତି ହେବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଦାରୁବିଗ୍ରହମାନେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରାକ୍ରାନ୍ତ ହୋଇ ଅଣସର ପିଣ୍ଡିକୁ ବିଜେ କରିବାବେଳେ ସେମାନଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଓଲାଗି କରିଥିଲେ। ରଥରେ ମହାପ୍ରଭୁ ସୋଲଚିତା ଲାଗିହୋଇ ଥିଲେ। ପରମ୍ପରା ମୁତାବକ, ଚିତାଲାଗି ଅମାବାସ୍ୟାରେ ଠାକୁରଙ୍କୁ ରତ୍ନଚିତା ଲାଗି କରାଯିବ। ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ୱେତ ହୀରା ଖଚିତ ସୁବର୍ଣ୍ଣ ଚିତା, ପ୍ରଭୁ ବଳଭଦ୍ର ମାଣିକ୍ୟ ଏବଂ ଦେବୀ ସୁଭଦ୍ରା ଲୀଳା ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ। ଏହି ନୀତିକୁ ଦଇତାପତି ସେବକମାନେ ସମ୍ପାଦନ କରିବେ। ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Related Articles

Back to top button