ଟି-୨୦ରେ ଅଧିକ ରନ ରେକର୍ଡ କଲେ  ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ୍

ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପଛରେ ପକାଇ ମାର୍ଟିନ ଗୁପଟିଲ୍ ହେଲେ ଟି-୨୦ କିଙ୍ଗ୍

କ୍ରିକେଟର ସବୁଠୁ ଛୋଟ ଫର୍ମାଟ୍ ଟି-୨୦ ଅନ୍ତର୍ଜାତୀୟ  କ୍ରିକେଟରେ ସବୁଠୁ ଅଧିକ ରନ କରିବାର ରେକର୍ଡ କଲେ  ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ମାର୍ଟିନ ଗୁପଟିଲ୍। ସ୍କଟଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମୁକାବିଲାରେ ୪୦ ରନର ଧୂଆଁଧାର ଇନିଂସ ଖେଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଏହି ମାମଲାରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ଗତ କିଛି ସମୟରୁ  ବିରାଟ କୋହଲି, ରୋହିତ ଶର୍ମା ଏବଂ ମାର୍ଟିନ ଗୁପଟିଲ୍‌ଙ୍କ ମଧ୍ୟରେ ପ୍ରତିଯୋଗିତା ଜାରି ରହିଛି।

ଗୁପଟିଲ୍ ୪୦ ରନର ଇନିଂସ ପରେ ଟି-୨୦ ଅନ୍ତର୍ଜାତୀୟରେ ୩୩୯୯ ରନ କରିଛନ୍ତି। ସେ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ସବୁଠୁ ଅଧିକ ରନ କରିବା ମାମଲାରେ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି। ରୋହିତଙ୍କ ନାମରେ ୩୩୭୯ ରନ ରହିଛି। ଗୁପଟିଲ୍ ଏବଂ ରୋହିତଙ୍କ ପରେ ବିରାଟ କୋହଲିଙ୍କ ନାମ ରହିଛି। କୋହଲି ମାତ୍ର ୯୯ ମ୍ୟାଚରେ ୩୩୦୮ ରନ କରିଛନ୍ତି। ସ୍କଟଲାଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି କିଓ୍ଵି ଦଳ ୫ ଓ୍ଵିକେଟ୍ ହରାଇ ୨୨୫ ରନ କରିଛି। ଫିନ ଆଲେନ ୫୬ ବଲ୍‌ରୁ ୮ ଚୌକା ଏବଂ ୬ ଛକା ସହ ୧୦୧ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି।

ମାର୍ଟିନ୍ ଗୁପଟିଲ୍- ୩୩୯୯ ରନ

ରୋହିତ ଶର୍ମା- ୩୩୭୯ ରନ

ବିରାଟ କୋହଲି- ୩୩୦୮ ରନ

ପଲ୍ ଷ୍ଟର୍ଲିଂ- ୨୮୯୪ ରନ

ଆରୋନ ଫିଞ୍ଚ- ୨୮୫୫ ରନ

Related Articles

Back to top button