
ପ୍ରକାଶ ପାଇଲା ICSE ଦଶମ ଏବଂ ଦ୍ୱାଦଶ ପରୀକ୍ଷାଫଳ
ସୋମବାର ICSE ଦଶମ ଏବଂ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ cisce.org ଏବଂ results.cisce.org ୱେବସାଇଟରେ ନିଜ ପରୀକ୍ଷାଫଳ ଦେଖିପାରିବେ। ଏ ନେଇ ସିଆଇଏସ୍ସିଇ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷ ଦଶମରେ ୯୯.୦୮% ଓ ଦ୍ବାଦଶରେ ୯୮.୯୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏଥି ସହିତ ଉଭୟ ଦଶମ ଓ ଦ୍ବାଦଶରେ ଛାତ୍ରଙ୍କଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।
ଏଥି ସହିତ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ରିଚେକିଂ ଏବଂ ପୁନଃ ମୂଲ୍ୟାଙ୍କନ କରିବାକୁ ଆବେଦନ କରିପାରିବେ। ଗୋଟିଏ ବିଷୟରେ ରିଚେକିଂ ପାଇଁ ହଜାରେ ଏବଂ ପୁନଃ ମୂଲ୍ୟାଙ୍କନ ପାଇଁ ୧୫ଶହ ଟଙ୍କା ରହିଛି। ଆଜିଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ରମାନେ ରିଚେକିଂ ପାଇଁ ଆବେଦନ କରିପାରିବେ । ୪ ସପ୍ତାହ ମଧ୍ୟରେ ଏହାର ଫଳ ପ୍ରକାଶ ପାଇବ। ସେହିପରି ପୁନଃ ମୂଲ୍ୟାଙ୍କନ ପାଇଁ ରେଜଲ୍ଟ ପ୍ରକାଶ ହେବାର ୨୪ଘଣ୍ଟା ମଧ୍ୟରେ ଆବେଦନ କରିବାକୁ ପଡ଼ିବ ବୋଲି ସିଆଇଏସ୍ସିଇ(CISCE)ପକ୍ଷରୁ ସୂଚନା ଦିଆଯାଇଛି।