ହୋଲି ଖେଳ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ

ଆଜି ହୋଲି ଖେଳ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ । ପାଣିରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ହୋଇଯାଇଛି । ସେହିପରି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଷ୍ଠୀ ସଂଘର୍ଷରେ ୫ ଜଣ ଆହତ ହୋଇଛନ୍ତି । ହୋଲି ଖେଳି ସାରି ଗାଧୋଇବା ପାଇଁ ଯାଇଥିବା ସମୟରେ କଟକର ସାଲେପୁରର ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣ ପ୍ରାଣ ହରାଇଛନ୍ତି । ସାଲେପୁର କଲେଜର ଜଣେ ଯୁକ୍ତଦୁଇ ଛାତ୍ରୀ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ । ପରେ ତାଙ୍କର ଶବ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ସେହିପରି ସୋରୋ ଥାନା ଅଞ୍ଚଳରେ ଜଣେ ଶିଶୁ ଓ ପାରାଦୀପ ଅଞ୍ଚଳର ଜଣେ ନାବାଳକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।

ସେହିପରି ଆଜି ଆଠଗଡ଼ର ତିଗିରିଆ ଥାନା ଭୋଗଡ଼ା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଜଣରୁ ଅଧିକ ଲୋକ ଆହତ ହୋଇନ୍ତି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଅଘଟଣ ଘଟିଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଭଦ୍ରକ ଜିଲ୍ଲା ଧାମନା ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏକ ପିକଅପ ଏକ ଟ୍ରକକୁ ଧକ୍କା ଦେବା ଫଳରେ ୨ ଜଣ ପ୍ରାଣ ହରାଇଥିବା ସହ ଅନ୍ୟ ୨ ଜଣ ଆହତ ହୋଇଥିଲେ ।

Related Articles

Back to top button