ଆଜି ସାରା ଦେଶ ପାଳିତ ହୋଇଯାଇଛି ହୋଲି ।

ଆଜି ସାରା ଦେଶ ପାଳିତ ହୋଇଯାଇଛି ହୋଲି । ଆଜିର ଦିନରେ ଜଣେ ଜଣକୁ ରଙ୍ଗ ବୋଳି ଖୁସି ମନାନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ରଙ୍ଗର ଖେଳ ଦେଖିବାକୁ ମିଳିଛି। ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମିଛି । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୋଇଛନ୍ତି ।

ହୋଲି ଖେଳ ପଛରେ ପୌରାଣିକ ତତ୍ୱ ବି ରହିଛି । ଅସୁର ରାଜା ହିରଣ୍ୟକଶ୍ୟପ ନିଜ ପୁଅ ପ୍ରହଲ୍ଲାଦଙ୍କୁ ମାରିବାକୁ ଷଡ଼ଯନ୍ତ୍ର ରଚିଥିଲେ । କାରଣ ପ୍ରହଲ୍ଲାଦ ଥିଲେ ବିଷ୍ଣୁଙ୍କ ପରମ ଭକ୍ତ । ଆଉ ହିରଣ୍ୟକଶ୍ୟପ ଏଥିରେ ଖୁବ୍ ରାଗିଯାଇ ନିଜ ଭଉଣୀ ହୋଲିକା ମାଧ୍ୟମରେ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ।ହୋଲିକାକୁ ବର ମିଳିଥିଲା ଯେ, ସେ ନିଆଁରେ ଜଳିବ ନାହିଁ । ହେଲେ ସେ ଯେତେବେଳେ ପ୍ରହଲ୍ଲାଦଙ୍କୁ ଧରି ନିଆଁ ଭିତରକୁ ଗଲେ, ପ୍ରହଲ୍ଲାଦ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ଆଉ ହୋଲିକା ନିଆଁ ପୋଡ଼ି ହୋଇ ପ୍ରାଣତ୍ୟାଗ କଲେ ଓ ପ୍ରହଲ୍ଲାଦ ବଞ୍ଚିଗଲେ । ଅନ୍ୟ ଏକ ପୌରାଣିକ ତତ୍ତ୍ୱ ଅନୁସାରେ ରାଧା-କୃଷ୍ଣଙ୍କ ସାତ୍ୱିକ ପ୍ରେମର ପ୍ରମାଣ ହେଉଛି ହୋଲି ଖେଳ ।

Related Articles

Back to top button