ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ : ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ। ସିଙ୍ଗାପୁରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ବଂଶୋଦ୍ଭବ ନିଜ ପ୍ରାର୍ଥିତ୍ବ ଦାଖଲ କରିଛନ୍ତି। ଏଥିପାଇଁ ଶୁକ୍ରବାର ସେ ବରିଷ୍ଠ ମନ୍ତ୍ରୀ ପଦବୀ ସହ ପିପୁଲ୍ସ ଆକ୍ସନ ପାର୍ଟୀରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ସେ ସିଙ୍ଗାପୁରରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି।

ସୂଚନାଥାଉକି, ୬୬ ବର୍ଷୀୟ ଥର୍ମନ ଷଣମୁଗରତ୍ନମ ସାମାଜିକ ନୀତି ମନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ। ଗୁରୁବାର ସଂସଦରେ ତାଙ୍କର ଅନ୍ତିମ କାର୍ଯ୍ୟ ଦିବସ ଥିଲା। କାର୍ଯ୍ୟର ଶେଷ ଦିନରେ ଅନ୍ୟ ସାଂସଦମାନେ ତାଙ୍କୁ ବିଦାୟ ଦେବା ସହ ତାଙ୍କର ଦୁଇ ଦଶନ୍ଧି ଧରି ସେବାକୁ ପ୍ରଶଂସା କରିଛନ୍ତି। ଷ୍ଟେଟ୍ସ ଟାଇମ୍ସରେ ଗୁରୁବାର ସଦନର ନେତା ଇନ୍ଦ୍ରାଣୀ ରାଜା କହିଛନ୍ତି ଯେ ଥର୍ମନଙ୍କ କାର୍ଯ୍ୟକାଳ ଅଦ୍ଭୁତପୂର୍ବ ରହିଥିଲା। ଥର୍ମନ ୨୦୦୧ରେ ସିଙ୍ଗାପୁରରେ ସଂସଦର ସଦସ୍ୟ ଭାବ‌ରେ ରାଜନୀତିରେ ସାମିଲ ହୋଇଥିଲେ। ସେ ଉପ ପ୍ରଧାନମନ୍ତ୍ରୀ, ଶିକ୍ଷା ଏବଂ ଅର୍ଥ ମନ୍ତ୍ରାଳୟ ସହ କ୍ୟାବିନେଟ୍‌ରେ ଅନେକ ପଦରେ କାର୍ଯ୍ୟ କରିଛନ୍ତି। ସେ ସିଙ୍ଗାପୁରର ମୌଦ୍ରିକ ପ୍ରାଧିକରଣର ଅଧ୍ୟକ୍ଷ ପଦରେ ମଧ୍ୟ ସେବା ଯୋଗାଇଥିଲେ।

ସୂଚନାଥାଉକି, ସିଙ୍ଗାପୁରରେ ପ୍ରତି ଛଅ ବର୍ଷରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ। ଚଳିତ ବର୍ଷ ବର୍ତ୍ତମାନ ଥିବା ରାଷ୍ଟ୍ରପତି ହଲିମା ୟାକୁବଙ୍କ କାର୍ଯ୍ୟକାଳ ୧୩ ସେପ୍ଟେମ୍ବରରେ ସମାପ୍ତ ହେବ। ଏମିତିରେ ଏହା ପୂର୍ବରୁ ନିର୍ବାଚନ ହେବ। ସୂଚନାଥାଉକି ରାଷ୍ଟ୍ରପତି ପଦ ପାଇଁ ଆଶାୟୀଙ୍କ ପାଇଁ କଡ଼ା ନିୟମ ଏବଂ ସର୍ତ୍ତ ଲାଗୁ ହେବ।

Related Articles

Back to top button