କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି, ୩ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ

କୋଣାର୍କ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ହେବ ବାଲୁକା ମୁକ୍ତ। ସୂର୍ଯ୍ୟମନ୍ଦିର ଗର୍ଭଗୃହ ଭିତରୁ କଢାଯିବ ବାଲି। ଦୀର୍ଘ ବର୍ଷ ଧରି ଗବେଷଣା ଓ ଅନୁସନ୍ଧାନ ପରେ ସୂର୍ଯ୍ୟ ମନ୍ଦିରରୁ ବାଲି କାଢିବା ପାଇଁ ଏଏସ୍‌ଆଇ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିଲାଗି ପ୍ରଥମ ପ୍ରର୍ଯ୍ୟାୟରେ ମଧ୍ୟ କାମ ଆରମ୍ଭ ହୋଇଛି।

ସେହିପରି ଏହି କାମକୁ ତିନି ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୈଶୟିକ ଜ୍ଞାନ କୌଶଳରେ ଏକ ଘରୋଇ କମ୍ପାନୀ ଦ୍ୱରା ବାଲି ଓ ପଥର କାଢ଼ିବା ପାଇଁ ଏକ ପ୍ଲଟ ଫର୍ମ ନିର୍ମାଣର ASI ପକ୍ଷରୁ ଭୂମି ପୂଜା ହୋଇଛିl

Related Articles

Back to top button