ଏଣିକି ଛାତ୍ରଛାତ୍ରୀଙ୍କ ପାଇଁ ସ୍ନାତକ ସ୍ତରରେ ଇଣ୍ଟର୍ଣ୍ଣସିପ୍‌‌ ବାଧ୍ୟତାମୂଳକ

ଭୁବନେଶ୍ୱର: ଛାତ୍ରଛାତ୍ରୀ ଏଣିକି ସ୍ନାତକ ସ୍ତରରେ ମଧ୍ୟ ଇଣ୍ଟର୍ଣ୍ଣସିପ୍‌‌ ଅଧ୍ୟୟନ କରିବେ।ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ୱ ଦେଇଛି। ନୂଆ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବାକୁ ଥିବାବେଳେ ଏ ସମ୍ପର୍କିତ ସବିଶେଷ ମାର୍ଗଦର୍ଶିକା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ୟୁଜସି ପକ୍ଷରୁ ସୂଚନା ଦିଆଯାଇଛି।

ଯୁକ୍ତ ତିନିର ଛାତ୍ରଛାତ୍ରୀ ଶେଷ ବର୍ଷରେ ଅତିକମରେ ୮ରୁ ୧୦ ସପ୍ତାହର ଇଣ୍ଟର୍ଣ୍ଣସିପ୍‌‌ କରିବେ। ଯାହାକି ପିଲାଙ୍କୁ ପ୍ରାକ୍ଟିକାଲ୍‌‌ ଶିକ୍ଷାରେ ଦକ୍ଷ କରିବ।  ଏହା ସହ ସେମାନଙ୍କ ମଧ୍ୟରେ ଗବେଷଣା କ୍ଷମତା ବିକାଶରେ ମଧ୍ୟ ସାହାଯ୍ୟ କରିବ ବୋଲି ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର କହିଛନ୍ତି।

Related Articles

Back to top button