ଜେଇଇ ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶା

ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ। ଜେଇଇ ଅଫିସିଆଲ ଓ୍ବେବସାଇଟରେ ଛାତ୍ରଛାତ୍ରୀଙ୍କ ସ୍କୋରକାର୍ଡ ଲିଙ୍କ ଆକ୍ଟିଭ ହୋଇଛି। ଚଳିତବର୍ଷ ୪୪୦ ସହରର ୬୨୨ ସେଣ୍ଟରରେ ପରୀକ୍ଷା ହୋଇଥିଲା। ୧୩ଟି ଭାଷାରେ ୫ ଲକ୍ଷ ୪୦ ହଜାର ୨୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଦେଶରେ ୧୭ଟି ସହରରେ ପରୀକ୍ଷା ହୋଇଥିଲା।

ଚଳିତବର୍ଷ ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ରେଜଲ୍ଟ କରିଛନ୍ତି। ଆନ୍ଧ୍ର ପ୍ରଦେଶରୁ ୫, ତେଲେଙ୍ଗାନାରୁ ୫, ରାଜସ୍ଥାନରୁ ୪, ଉତ୍ତର ପ୍ରଦେଶରୁ ୨, ଆସାମ, ବିହାର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଝାଡଖଣ୍ଡ, ହରିୟାଣା ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି।

ରାଜ୍ୟଭିତ୍ତିକ ଟପ୍ପର ତାଲିକାରେ ଓଡ଼ିଶାର ସ୍ଥିତି ପାଢ଼ୀ ୨୭ ନମ୍ବରରେ ରହିଛନ୍ତି। ସ୍ଥିତି ୯୯.୯ ପ୍ରତିଶତ ସ୍କୋର କରିଛନ୍ତି। ସେପଟେ ଆଜି ଅପରାହ୍ନ ୪ଟାରୁ ଜେଇଇ ଆଡଭାନ୍ସ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି।

Related Articles

Back to top button