‘ଦୋବାରା’ରେ ନୂଆ ଅବତାରରେ ନଜର ଆସିବେ ତାପସୀ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ। ‘ବେବି’, ‘ପିଙ୍କ୍‌’, ‘ନାମ ଶବାନା’, ‘ସାବାସ୍‌ ମିଠୁ’  ଭଳି ଭିନ୍ନ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ  ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀଙ୍କ  ତାଲିକାରେ ମଧ୍ୟ ତାଙ୍କ ନାମ ଅଛି । ଆଗକୁ ତାପସୀଙ୍କୁ  ‘ଦୋବାରା’ରେ ଦେଖିବାକୁ ମିଳିବ । ତାହା ଅଗଷ୍ଟ  ୧୯ ତାରିଖରେ ରିଲିଜ୍‌ ହେବାର ଅଛି।

ଏନେଇ ଏକ ସାକ୍ଷାତକାରରେ  ତାପସୀ ଫିଲ୍ମକୁ ନେଇ ନିଜର ଆଶା  ସଂପର୍କରେ ପ୍ରକାଶ କରିଛନ୍ତି । ସେ  କହିଛନ୍ତି, ଏହା ଏକ ନୂଆ ଯୁଗର  ଥ୍ରିୀଲର ଫିଲ୍ମ। ଦର୍ଶକମାନେ ଏଥିରେ  ମୋତେ ବିଲକୁଲ୍‌ ନୂଆ ପ୍ରକାର  ଅବତାରରେ ଦେଖିବାକୁ ପାଇବେ। ରହସ୍ୟ ଓ ରୋମାଞ୍ଚରେ ପରିପୂର୍ଣ୍ଣ  ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ  ଆସିବ ବୋଲି ଆଶା ରହିଛି ।  ଫିଲ୍ମରେ ତାପସୀ ଅଭିନେତା  ପାୱେଲ ଗୁଲାଟୀଙ୍କ ସହ  ସ୍କ୍ରିନ୍‌ ସେୟାର କରିବେ।  ଅନୁରାଗ କଶ୍ୟପ ଏହି  ଫିଲ୍ମର ନିର୍ଦ୍ଦେଶନା  ଦେଇଥିବାବେଳେ  ଏକତା କପୁରଙ୍କ  କଲ୍‌ଟ ମୁଭିଜ୍‌ ଏହାକୁ  ପ୍ରସ୍ତୁତ କରିଛି।

ଏହି ଫିଲ୍ମ ବ୍ୟତୀତ  ତାପସୀଙ୍କ ହାତରେ  ଅନେକ ଗୁଡ଼ିଏ ପ୍ରୋଜେକ୍ଟ  ରହିଛି। ସେଥିମଧ୍ୟରେ ‘ବ୍ଲର’, ‘ୱୋ ଲଡ୍‌କି ହୈ  କାହାଁ’, ‘ଡଙ୍କି’ ପ୍ରମୁଖ ସାମିଲ। ‘ବ୍ଲର୍‌’ର ସେ  ପ୍ରଯୋଜିକା ଥିବାବେଳେ ସେଥିରେ ତାଙ୍କ ବିପକ୍ଷରେ  ଗୁଲଶନ୍‌ ଦେବୟାଙ୍କୁ ଦେଖିବାକୁ ମିଳିବ।  ‘ଡଙ୍କି’ରେ ସେ କିଙ୍ଗ୍‌ ଖାନ୍‌ ଶାହରୁଖ୍‌ଙ୍କ ନାୟିକା  ସାଜିବେ ।

Related Articles

Back to top button